'ସମାନ ନାଗରିକ ସଂହିତା' ପ୍ରସଙ୍ଗରେ ପୁଣି ମତାମତ ମାଗିଲେ ବିଧି ଆୟୋଗ | News Room Odisha

‘ସମାନ ନାଗରିକ ସଂହିତା’ ପ୍ରସଙ୍ଗରେ ପୁଣି ମତାମତ ମାଗିଲେ ବିଧି ଆୟୋଗ

ନୂଆଦିଲ୍ଲୀ – ୟୁନିଫର୍ମ ସିଭିଲ କୋଡ ବା ସମାନ ନାଗରିକ ସଂହିତା ନେଇ ବିଧି ଆୟୋଗ ପୁଣି ଜନସାଧାରଣ ଓ ଧାର୍ମିକ ସଂଗଠନର ମତାମତ ଲୋଡ଼ିବ । ବିଧି ଆୟୋଗ ଅଧିକ ସଂଖ୍ୟକ ଲୋକ ଓ ପଞ୍ଜୀକୃତ ହୋଇଥିବା ଧାର୍ମିକ ସଂଗଠନର ମତାମତ ଏବଂ ପ୍ରସ୍ତାବକୁ ବିଚାର କରିବାକୁ ନିଷ୍ପତ୍ତି ନେଇଛି।
ଯେଉଁମାନେ ଆଗ୍ରହୀ, ସେମାନେ ନିଜର ମତାମତ ଦେଇପାରିବେ ବୋଲି ୨୨ତମ ବିଧି ଆୟୋଗ ପକ୍ଷରୁ କୁହାଯାଇଛି। ମତାମତ ଦାଖଲ ପାଇଁ ଆୟୋଗ ୩୦ ଦିନ ସମୟ ଦେଇଛନ୍ତି। କର୍ଣ୍ଣାଟକ ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ଋତୁରାଜ ଅଓ୍ବସ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ୨୨ତମ ବିଧି ଆୟୋଗ ଇଚ୍ଛୁକ ଲୋକଙ୍କୁ ୩୦ ଦିନ ମଧ୍ୟରେ ନିଜ ୱେବସାଇଟ୍ କିମ୍ବା ଇମେଲ୍ ରେ ନିଜର ମତାମତ ଦାଖଲ କରିବାକୁ କହିଛନ୍ତି ।

କିଛି ବର୍ଷ ତଳେ ୨୧ତମ ବିଧି ଆୟୋଗ ମଧ୍ୟ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଜନସାଧାରଣ ଓ ଧାର୍ମିକ ସଂଗଠନଙ୍କ ମତାମତ ଲୋଡିଥିଲେ । ଏ ନେଇ ଅଧିକ ଆଲୋଚନା ଓ ବିଚାରବିମର୍ଷର ଆବଶ୍ୟକତା ରହିଛି ବୋଲି ସେତେବେଳେ ବିଧି ଆୟୋଗଙ୍କ ପକ୍ଷରୁ କୁହାଯାଇଥିଲା । ୨୦୧୬ରେ ଓ ୨୦୧୮ରେ ମତାମତ ଲୋଡ଼ାଯାଇଥିଲା । ଏବେ ଏହି ପ୍ରକ୍ରିୟାକୁ ପୁଣି ନୂଆ କରି ଆରମ୍ଭ କରାଯାଉଛି ।