ରାଜ୍ୟରେ ଆଉ ଚାରି ଦିନ ତାତି, ୧୮ ପରେ ବଦଳିପାରେ ପାଗ | News Room Odisha

ରାଜ୍ୟରେ ଆଉ ଚାରି ଦିନ ତାତି, ୧୮ ପରେ ବଦଳିପାରେ ପାଗ

ଭୁବନେଶ୍ୱର – ରାଜ୍ୟରେ ଆହୁରି ଚାରି ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ପାଣିପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପଶ୍ଚିମ ଓଡ଼ିଶାରେ ଅତ୍ୟଧିକ ତାତି ଅନୁଭୂତ ହେବ ।

ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ପ୍ରବେଶ ହେବା ନେଇ କୌଣସି ପ୍ରକାର ସୂଚନା ମିଳି ପାରୁନାହିଁ। ତେବେ, ଓଡ଼ିଶାରେ ୧୮ରୁ ୨୧ତାରିଖ ମଧ୍ୟରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି। ସେ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ତାତି ଲାଗି ରହିବ। ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ହେତୁ ତାପମାତ୍ରା ସାମାନ୍ୟ କମ୍‌ ରହିପାରେ।

ଆଜି ଓ ଆସନ୍ତାକାଲି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡ଼ା, ସୁନ୍ଦରଗଡ଼, କନ୍ଧମାଳ ଜିଲ୍ଲା ପାଇଁ ହିଟ୍‌ୱେଭ୍‌ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଜୁନ୍‌ ୧୭ ପାଇଁ ପଶ୍ଚିମ ଓଡ଼ିଶାର ୧୨ ଜିଲ୍ଲା ଓ ୧୮ ତାରିଖ ପାଇଁ ୮ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ସହ ସତର୍କ ସୂଚନା ଜାରି କରାଯାଇଛି। ଏହି ୫ଦିନ ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।