ପଶ୍ଚିମରେ ଅସହ୍ୟ ତାତି, ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ା ଉତ୍ତପ୍ତ ସହର, ୪୩ ଉପରେ ତିନି ସହର | News Room Odisha

ପଶ୍ଚିମରେ ଅସହ୍ୟ ତାତି, ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ା ଉତ୍ତପ୍ତ ସହର, ୪୩ ଉପରେ ତିନି ସହର

ଭୁବନେଶ୍ୱର – ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତିରୁ ନିସ୍ତାର ମିଳୁନାହିଁ। ଆଜି ବି ଅସମ୍ଭାଳ ସ୍ଥିତି। ଦିନ ସାଢେ ୨ଟା ସୁଦ୍ଧା ତିନିଟି ସହରର ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଉପରେ ରହିଛି। ୪୪ ଦଶମିକ ୨ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ଉତ୍ତପ୍ତ ସହର ଥିଲା । ହୀରାକୁଦରେ ୪୩.୮ ଓ ସମ୍ବଲପୁରରେ ୪୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରର ତାପମାତ୍ରା ୩୮.୮ ଡିଗ୍ରୀ ସେଲସିୟସ ଥିବା ବେଳେ ପାରାଦୀପରେ ସର୍ବାଧିକ ୭୮ ପ୍ରତିଶତ ଆର୍ଦ୍ରତା ସହ ୩୨.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।