ଜଳ ପରିଚାଳନା କ୍ଷେତ୍ରରେ ଗଞ୍ଜାମ ଦେଶର ସର୍ବଶ୍ରେଷ୍ଠ ଜିଲ୍ଲା | News Room Odisha

ଜଳ ପରିଚାଳନା କ୍ଷେତ୍ରରେ ଗଞ୍ଜାମ ଦେଶର ସର୍ବଶ୍ରେଷ୍ଠ ଜିଲ୍ଲା

ନୂଆଦିଲ୍ଲୀ – ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ସଫଳତା । ସର୍ବଭାରତୀୟ ସ୍ତରର ଓଡ଼ିଶାକୁ ମିଳିଛି ଦ୍ବିତୀୟ ସ୍ଥାନ ମିଳିଥିବା ବେଳେ ଗଞ୍ଜାମ ସର୍ବଶ୍ରେଷ୍ଠ ଜିଲ୍ଲା ବିବେଚିତ ହୋଇଛି । କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଅଧୀନସ୍ଥ କେନ୍ଦ୍ର ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ବିଭାଗ ପକ୍ଷରୁ ଜଳଶକ୍ତି ପୁରସ୍କାରରେ ପ୍ରଥମ ସ୍ଥାନରେ ମଧ୍ୟପ୍ରଦେଶ ରହିଛି । ଦ୍ୱିତୀୟରେ ଓଡ଼ିଶା ଓ ତୃତୀୟ ସ୍ଥାନରେ ମିଳିତ ଭାବେ ଆନ୍ଧ୍ରପ୍ରଦେଶ ଓ ବିହାର ରହିଛନ୍ତି।

ସେହିପରି ଦେଶରେ ସର୍ବଶ୍ରେଷ୍ଠ ଜିଲ୍ଲାର ମାନ୍ୟତା ଲାଭ କରିଛି ଗଞ୍ଜାମ । ଦ୍ବିତୀୟ ସ୍ଥାନରେ ତାମିଲନାଡୁର ନମକ୍କାଲ ଓ ତୃତୀୟ ସ୍ଥାନରେ ତେଲେଙ୍ଗାନାର ଆଦିଲାବାଦ ରହିଛି । ଆସନ୍ତା ୧୭ ତାରିଖରେ ନୂଆଦିଲ୍ଲୀରେ ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ସ୍ବତନ୍ତ୍ର ଉତ୍ସବରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିବେ ।