ନିର୍ବାଚନ ପ୍ରସ୍ତୁତି: ୫ ପର୍ଯ୍ୟବେକ୍ଷକ ଓ ଜଣେ ସହ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି | News Room Odisha

ନିର୍ବାଚନ ପ୍ରସ୍ତୁତି: ୫ ପର୍ଯ୍ୟବେକ୍ଷକ ଓ ଜଣେ ସହ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ୱର – ନିର୍ବାଚନ ପ୍ରସ୍ତୁତି ସ୍ୱରୂପ ବିଜେଡି ଆଜି ୬ଜଣ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି । ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜ ଓ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ଶ୍ରୀମୟୀ ମିଶ୍ରଙ୍କୁ ଦାୟିତ୍ୱ ମିଳିଛି । ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ହିନ୍ଦୋଳ ଓ ଢେଙ୍କାନାଳ ବିଧାନସଭା ଆସନ, କୋରେଇ ବିଧାୟକ ଅଶୋକ ବଳଙ୍କୁ ତେଲକୋଇ ବିଧାନସଭା ଆସନ, ଆଶିଷ ଚକ୍ରବର୍ତ୍ତୀଙ୍କୁ ପରଜଙ୍ଗ ଓ କାମାକ୍ଷାନଗର ବିଧାନସଭା ଆସନ ପାଇଁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ କୁନାବିହାରୀ ଦାସଙ୍କୁ ଅନୁଗୁଳ ଜିଲ୍ଲା ପାଇଁ ସହ -ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି ।