ରାମ ଚରିତ ମାନସ: ବାଳକାଣ୍ଡ | News Room Odisha

ରାମ ଚରିତ ମାନସ: ବାଳକାଣ୍ଡ

ନାଥ କରହୁ ବାଲକ ପର ଛୋହୁ । ସୁଧ ଦୁଧମୁଖ କରିଅ ନ କୋହୁ॥ ଜୌଂ ପୈ ପ୍ରଭୁ ପ୍ରଭାଉ କଛୁ ଜାନା। ତୌ କି ବରାବରି କରତ ଅୟାନା ॥

ଭାବାର୍ଥ :- ପ୍ରଭୁ ଶ୍ରୀରାମ କ୍ରୋଧିତ ମହର୍ଷି ପର୍ଶୁରାମଙ୍କୁ କହିଲେ, ହେ ନାଥ ! ଏ ଛୋଟ ପିଲାଟି ଉପରେ ଦୟା କରୁଣା କରନ୍ତୁ । ଖିର ପିଉଥିବା ପିଲା ପରି ଏହି ଅତି ସାନ ଆଉ ସିଧା ସଳଖ ପିଲାଟି ଉପରେ ରାଗନ୍ତୁ ନାହିଁ । ଆପଣଙ୍କ ପରି ଭଗବତ୍ ପ୍ରତିମ ବ୍ୟକ୍ତି, ଆପଣଙ୍କ ପ୍ରଭାବ ବିଷୟରେ ଯଦି କିଛି ଜାଣିଥାଆନ୍ତା, ତେବେ ଏପରି କଣ ଅବୁଝା ମଣିଷ ପରି ଆପଣଙ୍କ ପ୍ରତି କଥାର ପ୍ରତିଉତ୍ତର ଦେଇଥାଆନ୍ତା ?