ଜମ୍ମୁ-କାଶ୍ମୀର: ସୁରକ୍ଷା ବାହିନୀର ଅପରେସନରେ ଟଳିଲେ ୫ ଆତଙ୍କବାଦୀ | News Room Odisha

ଜମ୍ମୁ-କାଶ୍ମୀର: ସୁରକ୍ଷା ବାହିନୀର ଅପରେସନରେ ଟଳିଲେ ୫ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁପୱାରାରେ ସୁରକ୍ଷା ବାହିନୀର ଅପରେସନରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ କାଶ୍ମୀର ପୋଲିସ ଏବଂ ସେନାର ଏହି ମିଳିତ ଅପରେସନ ଭାରତ-ପାକ୍ ସୀମା ନିୟନ୍ତ୍ରଣ ରେଖା ନିକଟରେ ହୋଇଥିଲା ।

ଗୁଇନ୍ଦା ସୂଚନା ଆଧାରରେ ମିଳିଥିବା ସୂଚନା ଅନୁଯାୟୀ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବ ଦେଇଥିଲା ସୁରକ୍ଷା ବାହିନୀ । ଏହି ଏନକାଉଣ୍ଟରରେ ୫ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିଲେ।

ଗୁରୁବାର (ଜୁନ୍ ୧୫) ସେନା ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରି ନିୟନ୍ତ୍ରଣ ରେଖା ନିକଟରୁ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଥିଲା ।