ଟୁଇନ ସିଟି ପାଇଁ ଗ୍ରୀଷ୍ମ ପ୍ରବାହ ଚେତାବନୀ | News Room Odisha

ଟୁଇନ ସିଟି ପାଇଁ ଗ୍ରୀଷ୍ମ ପ୍ରବାହ ଚେତାବନୀ

ଭୁବନେଶ୍ୱର – ଭୁବନେଶ୍ବର ଓ କଟକ ସହରକୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ଟ୍ବିନ୍‌ ସିଟିର କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆଶଙ୍କା ରହିଛି। ଏଥିଯୋଗୁଁ କଟକ-ଭୁବନେଶ୍ବର ପାଇଁ ହିଟ୍‌ ୱେଭ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଶିଶୁ, ବୟସ୍କ, ରୋଗୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରଚୁର ପାଣି ପିଇବା ସହ ଅତି ଜରୁରୀ ନ ହେଲେ ଖରାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଗତ ଦୁଇଦିନ ଧରି ଦୁଇ ସହରର ତାପମାତ୍ରାରେ ବୃଦ୍ଧି ଘଟିଛି ।