ସୁଭଦ୍ରାଙ୍କ ରଥର ଅଖରେ ଫାଟ ! | News Room Odisha

ସୁଭଦ୍ରାଙ୍କ ରଥର ଅଖରେ ଫାଟ !

ପୁରୀ – ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ରଥନିର୍ମାଣ ପ୍ରାୟ ଶେଷ ହୋଇଯାଇଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଅଖରେ ଫାଟ ଦେଖିବାକୁ ମିଳିଛି । ରଥର ପଛୁଆଣି ଅଖ ବା ସାନଉଛୁଳା ଅଖରେ ଫାଟ ଥିବା ଦେଖିବାକୁ ମିଳିଛି। ପୂର୍ବରୁ ଫାଟ ଥିବା ବେଳେ ଏହାକୁ କ୍ଲାମ୍ପ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ଫାଟ ଅଧିକ ଦିଶୁଛି । ତେଣୁ ଏହାକୁ ବଦଳାଯିବା ଦରକାର ବୋଲି ଦଇତାପତି ସେବାୟତ କହିଛନ୍ତି।