ଆଇସିୟୁରେ ଝାଡଖଣ୍ଡ ବିଧାୟକ ଷ୍ଟିଫେନ୍, ଯାନ୍ତ୍ରିକ ତ୍ରୁଟି ପାଇଁ ଫେରିଗଲା ଏୟାର ଆମ୍ବୁଲାନ୍ସ | News Room Odisha

ଆଇସିୟୁରେ ଝାଡଖଣ୍ଡ ବିଧାୟକ ଷ୍ଟିଫେନ୍, ଯାନ୍ତ୍ରିକ ତ୍ରୁଟି ପାଇଁ ଫେରିଗଲା ଏୟାର ଆମ୍ବୁଲାନ୍ସ

ସମ୍ବଲପୁର : ଝାଡଖଣ୍ଡର ସରକାରୀ ଦଳର ବିଧାୟକ ଷ୍ଟିଫେନ ମାରାଣ୍ଡି ଗୁରୁତର। ଗତକାଲି ଟ୍ରେନରେ ତାମିଲନାଡୁର ଭେଲୋରରୁ ଫେରିବା ବେଳେ ବାଟରେ ଗୁରୁତର ଅସୁସ୍ଥ ହୋଇଥିଲେ। ତାଙ୍କୁ ତୁରନ୍ତ ବଲାଙ୍ଗୀରର ଭୀମ ଭୋଇ ମେଡିକାଲରେ ଜିଆରପି ପୁଲିସ ଆଣି ଭର୍ତ୍ତି କରିଥିଲା। ତେବେ, ଝାଡଖଣ୍ଡର ପ୍ରମୁଖ ସଚିବଙ୍କ ପତ୍ର ପାଇବା ମାତ୍ରେ ଓଡିଶା ସରକାରଙ୍କ ପକ୍ଷରୁ ତାଙ୍କ ଚିକିତ୍ସା ପାଇଁ ତତ୍ପରତା ପ୍ରକାଶ ପାଇଥିଲା। ଆଉ ତାଙ୍କୁ ଗତକାଲି ହିଁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ବୁର୍ଲ। ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ, ଆଜି ତାଙ୍କୁ ଚେନ୍ନାଇକୁ ଏୟାରଲିଫ୍ଟ କରିବାକୁ ଆସିଥିବା ଏୟାର ଆମ୍ବୁଲାନ୍ସ ଯାନ୍ତ୍ରିକ ତ୍ରୁଟି ପାଇଁ ଫେରିଯାଇଥିବା ଜଣାପଡିଛି।

ଜେଏମଏମ ନେତା ତଥା ବିଧାୟକ ମାରାଣ୍ଡିଙ୍କୁ ବୁର୍ଲ।ରୁ ଏୟାରଲିଫ୍ଟ କରି ଚେନ୍ନାଇ ନେବାକୁ ଆଜି ସମସ୍ତ ସୁବିଧା ହୋଇଥିଲା। ହେଲେ ସମ୍ବଲପୁର ଜମାଦାରପାଲି ଏୟାରଷ୍ଟ୍ରିପ୍ ରେ ଏୟାର ଆମ୍ବୁଲାନ୍ସଟି ପହଞ୍ଚିବା ପରେ ତ୍ରୁଟି ଦେଖିବାକୁ ମିଳିଥିଲା। ଯାହାକୁ ମରାମତି କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସଫଳତା ମିଳିପାରି ନଥିଲା। ତେଣୁ ବିଧାୟକଙ୍କୁ ନନେଇ ଏହି ଏୟାର ଆମ୍ବୁଲାନ୍ସଟି ଫେରିଯାଇଛି। ତାଙ୍କର ଅଧିକ ଚିକିତ୍ସା ପାଇଁ ଆସନ୍ତାକାଲି ତାଙ୍କୁ ଚେନ୍ନାଇ ଏୟାରଲିଫ୍ଟ କରାଯିବ ବୋଲି ଭିମସାର ଅଧୀକ୍ଷକ ଡ.ଲାଲମୋହନ ନାୟକ ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ବୁର୍ଲ। ଭିମସାରର ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ମୁତ୍ରାଶୟ ରୋଗ ସମେତ ଅନକ ଜଟିଳ ରୋଗରେ ପୀଡିତ ଥିବା କୁହାଯାଉଛି।