ରଥଖଳାର ଇଷ୍ଟଦେବୀ ମା ଚର୍ଚିକା | News Room Odisha

ରଥଖଳାର ଇଷ୍ଟଦେବୀ ମା ଚର୍ଚିକା

ମା ଚର୍ଚ୍ଚିକା ଠାକୁରାଣୀ ହେଉଛନ୍ତି ରଥଖଳା ର ଇଷ୍ଟ ଦେବୀ ଓ ରଥଖଳାର ରକ୍ଷାକର୍ତ୍ତ୍ରୀ। ମା ଚର୍ଚ୍ଚିକା ଠାକୁରାଣୀ ଙ୍କ ବାମ ପାର୍ଶ୍ୱରେ ମା ଚଣ୍ଡୀ, ଦକ୍ଷିଣ ପାର୍ଶ୍ୱରେ ମା ଚାମୁଣ୍ଡା ଓ ନିକଟ ରେ ଶ୍ରୀ ହନୁମାନ ପୂଜା ପାଉଛନ୍ତି। ମା ଚର୍ଚ୍ଚିକା ଠାକୁରାଣୀ ମନ୍ଦିର ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପରିସର ରେ ରହିଛି। ପବିତ୍ର ଘୋଷଯାତ୍ରା ପାଇଁ ରଥଖଳାରେ ଶ୍ରୀଜୀଉମାନଙ୍କର ରଥ ନିର୍ମାଣ କରାଯାଏ। ସିଂହଦ୍ୱାର ଠାରୁ ଅଳ୍ପ ଦୂରରେ ଦେବୀ ଚର୍ଚ୍ଚିକାଙ୍କ ପାଖରେ ରଥଖଳା ଅବସ୍ଥିତ।

ଓଡ଼ିଶାର ଆରାଧ୍ୟ ଦେବତା ତ‌ଥା ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ କରାଯାଏ। ଦେବୀ ଚର୍ଚ୍ଚିକା ହେଉଛନ୍ତି ରଥ ନିର୍ମାଣର ଇଷ୍ଟଦେବୀ। ଶ୍ରୀନଅର ସମ୍ମୁଖରେ ଏହି ଦେବୀ ବିରାଜିତା। ତେଣୁ ସେହି ସ୍ଥାନରେ ରଥଖଳା କରାଯାଇ ରଥ ନିର୍ମାତା ବିଶ୍ୱକର୍ମା ଓ ସହଯୋଗୀ ମହାରଣାଙ୍କ ଦ୍ୱାରା କରାଯାଏ ଶ୍ରୀଜୀଉଙ୍କ ରଥ। ଦେବୀ ଚର୍ଚ୍ଚିକାଙ୍କ କରୁଣାରୁ ଶାସ୍ତ୍ରୀୟ ବିଧିରେ ରଥ ନିର୍ମାଣ ସୁରୁଖୁରୁରେ ସଂପନ୍ନ ହେଇଥାଏ ବୋଲି ବିଶ୍ୱାସ ରହିଛି । ଅକ୍ଷୟ ତୃତୀୟା ତିଥିରେ ଅକ୍ଷି ପୂଜା ହେବା ପରେ ବିଶ୍ୱକର୍ମା ଓ ତାଙ୍କର ସହଯୋଗୀଗଣ ରଥ ନିର୍ମାଣରେ ପ୍ରବୃତ୍ତ ହୋଇଥାନ୍ତି । ପ୍ରତ୍ୟେକ ରଥ ନିର୍ମାଣ ର ବିଶେଷ ବିଧି ରହି ଆସିଛି ।

ଅକ୍ଷୟ ତୃତୀୟା ରେ ମା ଙ୍କ ମନ୍ଦିର ଆଗରେ ରଥ କାଠ ଅନୁକୂଳ ହୋଇଥାଏ। ଅକ୍ଷୟ ତୃତୀୟା ଓ ଭଉଁରୀ ଆଦି ତିଥି ମାନଙ୍କରେ ରଥ କୁ ଆଜ୍ଞାମାଳ ବିଜେ ପରେ, ସେସବୁ ଆଜ୍ଞାମାଳ ଙ୍କୁ ମା ଚର୍ଚ୍ଚିକା ଙ୍କୁ ପ୍ରଦାନ କରାଯାଇଥାଏ।