ଭଟଲିରୁ ଲକ୍ଷାଧିକ ଟଙ୍କାର କଫସିରପ ଜବତ | News Room Odisha

ଭଟଲିରୁ ଲକ୍ଷାଧିକ ଟଙ୍କାର କଫସିରପ ଜବତ

ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ପୋଲିସ ଲକ୍ଷାଧିକ ଟଙ୍କାର କଫସିରପ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ଜଣକ ଅମନ ଖାଁ ବୋଲି ପୁଲିସ ସୂତ୍ରରୁ ପ୍ରକାଶ କରାଯାଇଛି ।

ସୂଚନା ମତେ କୁଶନପୁରୀ ଗାଁରେ ବେଆଇନ ଭାବେ କଫସିରପ ବିକ୍ରି ହେଉଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବରପାଇ ଚଢ଼ାଉ କରିଥିଲା । ଚଢ଼ାଉରେ ୫୪୦ ବୋତଲ କଫ ସିରପ ସହ ନଗତ ୪୩ ହଜାର ଟଙ୍କା ଜବତ କରାଯାଇଛି। ସେହିପରି ୨୦ ଲିଟର ନିଶା ଔଷଧ ମିଶ୍ରିତ କଫସିରପ୍ ଜବତ କରାଯାଇଛି । ଏହି ସବୁ କଫସିରପ ଗୁଡିକୁ ଅମ୍ବାଭୋନା ଅଞ୍ଚଳରେ ଅଭିଯୁକ୍ତ ଜଳ ବିକ୍ରି କରୁଥିବା ପୁଲିସ କହିଛି । ଏନେଇ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି ।