ଜେଇଇ ଆଡଭାନ୍ସଡ ଫଳ ପ୍ରକାଶ: ହାଇଦ୍ରାବାଦ ଜୋନର‌ ଭି.ଭି ରେଡ୍ଡୀ ଟପ୍ପର | News Room Odisha

ଜେଇଇ ଆଡଭାନ୍ସଡ ଫଳ ପ୍ରକାଶ: ହାଇଦ୍ରାବାଦ ଜୋନର‌ ଭି.ଭି ରେଡ୍ଡୀ ଟପ୍ପର

ନୂଆଦିଲ୍ଲୀ – ଜେଇଇ ଆଡଭାନସଡ ଫଳ ପ୍ରକାଶ ପାଇଛି। ହାଇଦ୍ରାବାଦ ଜୋନର ଭି.ଭି ରେଡ୍ଡୀ ୩୬୦ରୁ ୩୪୧ ମାର୍କ ରଖି ଟପ୍ପର ହୋଇଛନ୍ତି। ହାଇଦ୍ରାବାଦ ଜୋନ୍ ର ହିଁ ନାୟକାନ୍ତି ନାଗା ଭବ୍ୟା ଛାତ୍ରୀଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି । ତାଙ୍କର ସାମଗ୍ରିକ ଅଲ୍ ଇଣ୍ଡିଆ ରାଙ୍କ୍ ହେଉଛି ୫୬ ଓ ସେ ୨୯୮ ମାର୍କ ରଖିଛନ୍ତି ।

ଏ ବର୍ଷ ମୋଟ ୧୧୮୦୩୭୨ ଛାତ୍ରଛାତ୍ରୀ ଜେଇଇ ଆଡଭାନସଡ୍ ପେପର -୧ ଓ ପେପର -୨ ପରୀକ୍ଷା ଦେଇଥିଲେ। ଏଥିମଧ୍ୟରୁ ୧୩୯୭୨୭ ଛାତ୍ର ଓ ୪୦୬୪୫ ଛାତ୍ରୀ ଥିଲେ । ଏ ବର୍ଷ ମୋଟ ୪୩ ହଜାର ୭୭୩ ପରୀକ୍ଷାର୍ଥୀ ପାସ୍ କରିଛନ୍ତି ।ଏ ବର୍ଷ ଅଧିକାଂଶ ପରୀକ୍ଷାର୍ଥୀ ହାଇଦ୍ରାବାଦ ଜୋନରୁ ଯୋଗ୍ୟତା ହାସଲ କରିଛନ୍ତି।