ଇଣ୍ଡୋନେସିଆ ଓପନ ବ୍ୟାଡମିଣ୍ଟନ : ପୁରୁଷ ଡବଲସ ଟାଇଟଲ ଜିତି ଇତିହାସ ରଚିଲେ ସାଇରାଜ-ଚିରାଗ ଯୋଡି | News Room Odisha

ଇଣ୍ଡୋନେସିଆ ଓପନ ବ୍ୟାଡମିଣ୍ଟନ : ପୁରୁଷ ଡବଲସ ଟାଇଟଲ ଜିତି ଇତିହାସ ରଚିଲେ ସାଇରାଜ-ଚିରାଗ ଯୋଡି

ଜାକର୍ତ୍ତା – ଇଣ୍ଡୋନେସିଆ ଓପନ ବ୍ୟାଡମିଣ୍ଟନ ଚାମ୍ପିଅନସିପର ପୁରୁଷ ଡବଲସ ଟାଇଟଲ ହାସଲ କରିଛନ୍ତି ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ରେଡ୍ଡୀ ଓ ଚିରାଗ ସେଟ୍ଟୀ । ପ୍ରଥମ ଭାରତୀୟ ଯୋଡ଼ି ଭାବେ ଏକ ସୁପର -୧୦୦୦ ବ୍ୟାଡମିଣ୍ଟନ ଟାଇଟଲ ଜିତି ଇତିହାସ ରଚିଛନ୍ତି ସାଇରାଜ -ଚିରାଗ ଯୋଡ଼ି ।

ଇଣ୍ଡୋନେସିଆ ଓପନ୍‌ର ପୁରୁଷ ଡବଲ୍ସ ଫାଇନାଲରେ ଭାରତୀୟ ଯୋଡ଼ି ମାଲେସିଆର ଆରୋନ୍ ଚିଆ ଏବଂ ୱୋଇ ୟିକ୍ ସୋଙ୍କୁ ୨୧-୧୭, ୨୧-୧୮ରେ ହରାଇ ଚାମ୍ପିଅନ ହୋଇଛନ୍ତି।

ବିଶ୍ୱର ଏହି ୬ ନମ୍ବର ପୁରୁଷ ଡବଲସ ଯୋଡ଼ି ଗତବର୍ଷ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଓ ବିଶ୍ୱ ଚାମ୍ପିୟନସିପ୍‌ରେ ବ୍ରୋଞ୍ଜ ଜିତିଥିଲେ।