ରାଜ୍ୟରେ ଭୀଷଣ ଗରମ, ସମ୍ବଲପୁରରେ ପାରା ୪୬ ଛୁଇଁଲା, ୪୫ ଡିଗ୍ରୀ ଉପରେ ୭ ସହର | News Room Odisha

ରାଜ୍ୟରେ ଭୀଷଣ ଗରମ, ସମ୍ବଲପୁରରେ ପାରା ୪୬ ଛୁଇଁଲା, ୪୫ ଡିଗ୍ରୀ ଉପରେ ୭ ସହର

ଭୁବନେଶ୍ୱର – ରାଜ୍ୟରେ ରେକର୍ଡ ତାତି । ସମ୍ବଲପୁରରେ ୪୬ ଡିଗ୍ରୀ ଛୁଇଁଲା ତାତି । ସାରାରାଜ୍ୟରେ ଆଜି ମଧ୍ୟ ଭୀଷଣ ଗରମ ଓ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇଛି। ରାଜ୍ୟର ୭ଟି ସହର ଆଜି ୪୫ ଡିଗ୍ରୀ ସେଲସିୟସ ଉପରେ ରହିଛି। ସମ୍ବଲପୁରରେ ତାପମାତ୍ରା ୪୬ ଡିଗ୍ରୀ ରହିଥିବା ବେଳେ ସୋନପୁରରେ ୪୫.୮, ବୌଦ୍ଧ ଓ ହୀରାକୁଦ ୪୫.୫, ଝାରସୁଗୁଡ଼ା ୪୫.୨, ସୁନ୍ଦରଗଡ଼ ଓ ବଲାଙ୍ଗିରରେ ୪୫ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ଆଜି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୧.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ କଟକର ତାପମାତ୍ରା ୪୦.୨ଡିଗ୍ରୀ ସେଲସିୟସ ରହିଛି। ଆହୁରି ଦୁଇଦିନ ଏଭଳି ତାତି ରହିବ । ୨୦ ତାରିଖ ପରେ ତାପମାତ୍ରା ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨୧ତାରିଖରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ।