ଭାରତ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ ଚାମ୍ପିଅନ | News Room Odisha

ଭାରତ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ ଚାମ୍ପିଅନ

ଭୁବନେଶ୍ୱର – ଭାରତ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇଛି । ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଭାରତ, ଲେବାନନକୁ ୨-୦ ଗୋଲରେ ହରାଇଛି । ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଭାରତ ପକ୍ଷରୁ ପ୍ରଥମ ଗୋଲ୍ ସ୍କୋର କରିଥିଲେ। ଭାରତ ପକ୍ଷରୁ ଲାଲିଆନଜୁଆଲା ଛଙ୍ଗତେ ଦ୍ୱିତୀୟ ଗୋଲ୍ ସ୍କୋର୍ କରି ଦଳର ବିଜୟ ନିଶ୍ଚିତ କରିଥିଲେ। ଭାରତ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଚାମ୍ପିଅନ ହୋଇଛି। ଭାରତ ଓ ଲେବାନନ ମଧ୍ୟରେ ରାଉଣ୍ଡ ରବିନ ଲିଗ୍ ମ୍ୟାଚ ଗୋଲ୍ ଶୂନ୍ୟ ଭାବେ ଡ୍ର ରହିଥିଲା ।