ବାହାନଗା ଟ୍ରେନ ଦୁର୍ଘଟଣା ତଦନ୍ତ: ସୋର ସେକ୍ସନ ସିଗ୍ନାଲ ଜେଇଙ୍କ ଘର ସିଲ୍ | News Room Odisha

ବାହାନଗା ଟ୍ରେନ ଦୁର୍ଘଟଣା ତଦନ୍ତ: ସୋର ସେକ୍ସନ ସିଗ୍ନାଲ ଜେଇଙ୍କ ଘର ସିଲ୍

ବାଲେଶ୍ବର – ଜୁନ୍ ୨ ତାରିଖରେ ବାଲେଶ୍ଵର ବାହାନଗା ଷ୍ଟେସନରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ଯାଞ୍ଚ ସିବିଆଇ କରୁଛି । ତଦନ୍ତକାରୀ ଏଜେନ୍ସୀ ରେଲୱେର ସୋର ସେକ୍ସନ ସିଗ୍‌ନାଲ ଜେଇଙ୍କ ଘର ସିଲ୍ କରିଛି। ସୋରଠାରେ ଥିବା ଜେଇଙ୍କ ଭଡ଼ା ଘର ସିଲ୍ କରାଯାଇଥିବା ସୂଚନା ମିଳିଛି । ରେଳ ଦୁର୍ଘଟଣା ପରେ ଜେଇ ଏବଂ ତାଙ୍କ ପରିବାର ଭଡ଼ା ଘରେ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି। ତେବେ ତଦନ୍ତ ବେଳେଏକ ଅଜଣା ସ୍ଥାନରେ ସିବିଆଇ ଜେଇଙ୍କୁ ପଚରାଉଚରା କରିଥିବା ଜଣାପଡିଛି।