ଚିକିତ୍ସା ସେବା ସଂପର୍କରେ ବିଧାୟିକାଙ୍କ ସମୀକ୍ଷା, ବୁକୁରାମୁଣ୍ଡା ସିଏଚସିରେ ରୋଗୀ କଲ୍ୟାଣ ସମିତି ବୈଠକ | News Room Odisha

ଚିକିତ୍ସା ସେବା ସଂପର୍କରେ ବିଧାୟିକାଙ୍କ ସମୀକ୍ଷା, ବୁକୁରାମୁଣ୍ଡା ସିଏଚସିରେ ରୋଗୀ କଲ୍ୟାଣ ସମିତି ବୈଠକ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ସରକାରଙ୍କ ଦ୍ବାରା ସଂପୂର୍ଣ ମାଗଣା ଚିକିତ୍ସା, ଡାକ୍ତରଖାନାର ପାରିପାର୍ଶ୍ବିକ ଉନ୍ନୟନ, ଔଷଧ, ଚିକିତ୍ସା ସେବା ସଂପର୍କରେ ସମୀକ୍ଷା କରିଥିଲେ।

ସେହିପରି ପୂର୍ବ ନିର୍ଦ୍ଧାରିତ ଏଜେଣ୍ଡା ଅନୁସାରେ ଓ ବର୍ତ୍ତମାନର ପରିସ୍ଥିତି ଉପରେ ସ୍ବାସ୍ଥ୍ୟ ସେବା ବାବଦରେ ଅନେକ ଆଲୋଚନା କରି ଆଗାମୀ ଦିନରେ ଆଜି ହୋଇଥିବା ଆଲୋଚନା ଉପରେ ପଦକ୍ଷେପ ଗ୍ରହଣ କରାଯାଇ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ କରିଥିଲେ । ମେଡିକାଲ ଅଧିକାରୀଙ୍କ ସମେତ ରୋଗୀ କଲ୍ୟାଣ ସମିତିର ସମସ୍ତ ସଭ୍ୟ ମାନଙ୍କ ଉପସ୍ଥିତିରେ ଅୟୋଜିତ ଏହି ବୈଠକରେ ଜନସାଧାରଣଙ୍କ ସ୍ବାସ୍ଥ୍ୟ ସେବା ପ୍ରତି ସଚେତନ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ପରାମର୍ଶ ଦେଇଥିଲେ ।