ବିଭିନ୍ନ ସ୍ଥାନରେ କମିଲା ତାପମାତ୍ରା, ଦିନ ସାଢେ ୧୧ ସୁଦ୍ଧା ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀରୁ ଯଥେଷ୍ଟ ତଳେ | News Room Odisha

ବିଭିନ୍ନ ସ୍ଥାନରେ କମିଲା ତାପମାତ୍ରା, ଦିନ ସାଢେ ୧୧ ସୁଦ୍ଧା ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀରୁ ଯଥେଷ୍ଟ ତଳେ

ଭୁବନେଶ୍ୱର – ରାଜ୍ୟରେ ଗତକାଲି ତାପମାତ୍ରା କମିଥିବାରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଥିବା ବେଳେ ଆଜି ମଧ୍ୟ ବିଭିନ୍ନ ଅଞ୍ଚଳରେ ପାରଦ ଅପେକ୍ଷାକୃତ କମ୍ ରହିଛି। ଆଜି ଦିନ ସାଢେ ୧୧ ସୁଦ୍ଧା ରେକର୍ଡ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଯଥେଷ୍ଟ କମ୍ ରହିଛି। ଦିନ ସାଢେ ୧୧ ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ରା ୩୭.୨ ଡିଗ୍ରୀ ସେଲସିୟସ ରହିଛି। ଭୁବନେଶ୍ୱରରେ ୩୬.୮ ଓ ପୁରୀରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଝାରସୁଗୁଡା: ୩୭.୨ ଡ଼ିଗ୍ରୀ
ଚାନ୍ଦବାଲି: ୩୭ ଡ଼ିଗ୍ରୀ
ଭୁବନେଶ୍ୱର: ୩୬.୮ ଡ଼ିଗ୍ରୀ
ବାଲେଶ୍ୱର:୩୬.୬ ଡ଼ିଗ୍ରୀ
ସମ୍ବଲପୁର: ୩୬ ଡ଼ିଗ୍ରୀ
ପୁରୀ: ୩୫ ଡ଼ିଗ୍ରୀ
କେନ୍ଦୁଝର: ୩୪ ଡ଼ିଗ୍ରୀ
ହୀରାକୁଦ: ୩୩.୪ ଡ଼ିଗ୍ରୀ
ପାରାଦୀପ: ୩୩ ଡ଼ିଗ୍ରୀ
ଗୋପାଳପୁର: ୩୨.୬ ଡ଼ିଗ୍ରୀ