ରଥଯାତ୍ରାରେ ପୁରୀ ପ୍ରଶାସନର ପ୍ରଶଂସନୀୟ ପଦକ୍ଷେପ | News Room Odisha

ରଥଯାତ୍ରାରେ ପୁରୀ ପ୍ରଶାସନର ପ୍ରଶଂସନୀୟ ପଦକ୍ଷେପ

ପୁରୀ -ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସୁରୁଖୁରୁରେ ପରିଚାଳନା ପାଇଁ ପୁରୀ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ଭକ୍ତମାନେ ଯେପରି ବିନା ହଇରାଣ ହୋଇ ବଡ଼ଦାଣ୍ଡରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ,‌ସେ ନେଇ ଉପଯୁକ୍ତ ଦୃଷ୍ଟି ଦିଆଯିବା ସହ ଅନ୍ୟ କେତେକ ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

ରଥଯାତ୍ରା ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପୋଲିଓ ଟିକାକରଣ ଅଭିଯାନ ହାତକୁ ନିଆଯାଇଛି। ରଥଯାତ୍ରା ଭିଡ ମଧ୍ୟରେ ରୋଗୀମାନଙ୍କୁ ବିନାବାଧାରେ କିପରି ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲକୁ ନିଆଯାଇପାରିବ, ସେ ନେଇ ବି ପଦକ୍ଷେପ ଗ୍ରହଣ କରିଥିଲା ପ୍ରଶାସନ। ଏଥିପାଇଁ ଆମ୍ବୁଲାନ୍ସ କରିଡରର ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ସମୟରେ ପୁରୀର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଫାଷ୍ଟ ଏଡ୍ ପାଇଁ ବି ବ୍ୟବସ୍ଥା ହୋଇଛି।