ରଥ ଉପରେ ନୀତି କାନ୍ତି ବିଳମ୍ବିତ | News Room Odisha

ରଥ ଉପରେ ନୀତି କାନ୍ତି ବିଳମ୍ବିତ

ପୁରୀ- ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଥିବା ତିନି ରଥରେ ଶ୍ରୀଜୀଉମାନଙ୍କର ନୀତିରେ ବିଳମ୍ବ ହୋଇଛି। ନୀତି ବିଳମ୍ବ ଯୋଗୁଁ ଉପବାସରେ ଅଛନ୍ତି ମହାପ୍ରଭୁ ।

ଅବକାଶ ନୀତି ପରେ ରଥ ଉପରେ ଆଗେଇ ନାହିଁ ନୀତି । ମହାପ୍ରଭୁଙ୍କ ଗୋପାଳବଲ୍ଲଭ ନୀତି ବିଳମ୍ବିତ ହୋଇଛି । ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟା ଧୂପ ନୀତିରେ ଆହୁରି ବିଳମ୍ବ ହୋଇପାରେ । ମହାପ୍ରଭୁଙ୍କ ନୀତିରେ ବିଳମ୍ବ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ସମନ୍ବୟ ଅଭାବରୁ ନୀତି ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି।