ପୂର୍ବତନ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ | News Room Odisha

ପୂର୍ବତନ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର – ଭଦ୍ରକର ପୂର୍ବତନ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ-ଡିଏସଡବ୍ଲୁଓ ଜୟନ୍ତୀ ବେହେରାଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ। ଏହି ଅଭିଯୋଗ ନେଇ ଜୟନ୍ତୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି ଭିଜିଲାନ୍ସ। ଭୁବନେଶ୍ୱର, ବାଲେଶ୍ଵର ଓ ଭଦ୍ରକର ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ଚାରିଜଣ ଡିଏସପି ଓ ଆଠ ଇନ୍ସପେକ୍ଟର ସାମିଲ ହୋଇଛନ୍ତି। ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।