ଟ୍ରକକୁ ପିଟିଲା ପୋଲିସ ଭ୍ୟାନ : ଦୁର୍ଘଟଣାରେ ଏଏସଆଇଙ୍କ ସମେତ ୪ ଗୁରୁତର | News Room Odisha

ଟ୍ରକକୁ ପିଟିଲା ପୋଲିସ ଭ୍ୟାନ : ଦୁର୍ଘଟଣାରେ ଏଏସଆଇଙ୍କ ସମେତ ୪ ଗୁରୁତର

ବୌଦ୍ଧ : ମନମୁଣ୍ଡା ନିକଟରେ ଟ୍ରକକୁ ପିଟିଲା ପୋଲିସ ଭ୍ୟାନ । ଦୁର୍ଘଟଣାରେ ଏଏସଆଇଙ୍କ ସମେତ ୪ ଗୁରୁତର ହୋଇଛନ୍ତି । ଏଏସଆଇ ହେମଲତା ସାମଲ କଟକ ସ୍ଥାନାନ୍ତରିତ ହୋଇଛନ୍ତି ।

ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସର ପିସିଆର OD 05 BE 4920 ନମ୍ବର ବିଶିଷ୍ଟ ଗାଡ଼ି ଗତରାତିରେ କୌଣସି ସୂତ୍ରରୁ ବାଉଁଶୁଣୀ ଠାରେ ଦୁର୍ଘଟଣା ଘଟିଥିବା ଖବରପାଇ ଗାଡ଼ିଟି ଯାଇଥିଲା । ବାଉଁଶୁଣୀରୁ କାର୍ଯ୍ୟ ସାରି ମନମୁଣ୍ଡା ପଟକୁ ଆସୁଥିବା ବେଳେ ଜାତୀୟ ରାଜପଥ ୫୭ର ତୃପ୍ତି ନାମକ ଏକ ହୋଟେଲ ସମ୍ମୁଖରେ ଛିଡ଼ା ହୋଇଥିବା ଏକ ଟ୍ରକ୍ OD 21 F 8026 କୁ ପଛପଟୁ ଧକ୍କା ଦେବା ଫଳରେ ସମ୍ପୂର୍ଣ୍ଣ ରୂପେ ପୋଲିସ ଗାଡ଼ିଟି ଚୁରମାର ହୋଇଛି । ଗାଡ଼ିରେ ବସିଥିବା ୪ ଜଣଙ୍କ ମଧ୍ୟରୁ ଏଏସଆଇ ହେମଲତା ସାମଲଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୩ ଜଣ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ।