ହୋମଗାର୍ଡଙ୍କ ଦୈନିକ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର | News Room Odisha

ହୋମଗାର୍ଡଙ୍କ ଦୈନିକ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର -ରାଜ୍ୟ ସରକାର ହୋମଗାର୍ଡମାନଙ୍କର ଦୈନିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି । ହୋମଗାର୍ଡଙ୍କ ଦୈନିକ ପାରିଶ୍ରମିକ ୪୨୩ ଟଙ୍କା ପରିବର୍ତ୍ତେ ୫୩୩ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏପ୍ରିଲ ପହିଲାରୁ ପିଛିଲା ଭାବେ ଏହି ବର୍ଦ୍ଧିତ ପାରିଶ୍ରମିକ ଲାଗୁ ହେବ। ଆଜି ଏନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ହୋମଗାର୍ଡମାନେ ଯେତିକି ଦିନ ଡ୍ୟୁଟି କରିବେ ସେମାନଙ୍କୁ ଅନୁରୂପ ଭାବେ ଦୈନିକ ୫୩୩ଟଙ୍କା ହିସାବରେ ପାରିଶ୍ରମିକ ମିଳିବ।

ବର୍ତ୍ତମାନର ନିୟମ ଅନୁସାରେ ଯେଉଁ ସଂସ୍ଥା ଦ୍ୱାରା ହୋମଗାର୍ଡଙ୍କୁ ଡ୍ୟୁଟି ଦିଆଯିବ ସେହି ସଂସ୍ଥା ସେମାନଙ୍କୁ ପାରିଶ୍ରମିକ ପ୍ରଦାନ କରିବ । ଦୈନିକ ପାରିଶ୍ରମିକ ବୃଦ୍ଧି ଦ୍ୱାରା ରାଜ୍ୟର ୧୮ହଜାରରୁ ଅଧିକ ହୋମଗାର୍ଡ ଉପକୃତ ହେବେ।