ଆଡ଼ପ ମଣ୍ଡପରେ ନବମୀ ଦିନ ସଂଧ୍ୟା ୫ଟା ପରେ ଦର୍ଶନ ବନ୍ଦ | News Room Odisha

ଆଡ଼ପ ମଣ୍ଡପରେ ନବମୀ ଦିନ ସଂଧ୍ୟା ୫ଟା ପରେ ଦର୍ଶନ ବନ୍ଦ

ପୁରୀ  – ଶ୍ରୀଜିଉଙ୍କ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ସ୍ୱରୂପ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପ। ଆଡପ ମଣ୍ଡପରେ ନବମୀ ସନ୍ଧ୍ୟା ଦର୍ଶନ ୫ଟାରୁ ବନ୍ଦ ରହିବ। ୨୭ ତାରିଖ ନବମୀ ସନ୍ଧ୍ୟା ଦର୍ଶନ ୫ଟା ଯାଏଁ ଚାଲିବ। ୫ଟାରୁ ଦର୍ଶନ ବନ୍ଦ ରହିବ ବୋଲି ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ସୂଚନା ମିଳିଛି। ବାହୁଡା ଯାତ୍ରା ପ୍ରସ୍ତୁତି ପାଇଁ ନବମୀ ଦିନ ସଂଧ୍ୟା ୫ଟାରୁ ଦର୍ଶନ ବନ୍ଦ କରାଯିବ। ୨୭ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନବମୀ ଦର୍ଶନ ହେବ।

ଏଣେ ଆଜି ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିନରେ ପାଳନ ହେବ ହେରାପଞ୍ଚମୀ। ଆଡପମଣ୍ଡରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଆଜି ସକାଳୁ ମେଘୁଆ ପାଗ ସହ ଝିପିଝିିପି ବର୍ଷାରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଭକ୍ତ ।