ଆଇଏଏସ ସ୍ତରରେ ଅଦଳବଦଳ: ସ୍ମୃତିରଞ୍ଜନ ପ୍ରଧାନ ଗଜପତିର ନୂଆ ଜିଲ୍ଲାପାଳ, ଲିଙ୍ଗରାଜ ପଣ୍ଡାଙ୍କୁ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଦାୟିତ୍ବ | News Room Odisha

ଆଇଏଏସ ସ୍ତରରେ ଅଦଳବଦଳ: ସ୍ମୃତିରଞ୍ଜନ ପ୍ରଧାନ ଗଜପତିର ନୂଆ ଜିଲ୍ଲାପାଳ, ଲିଙ୍ଗରାଜ ପଣ୍ଡାଙ୍କୁ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଦାୟିତ୍ବ

ଭୁବନେଶ୍ୱର – ଆଇଏଏସ ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୨୦୧୨ ବ୍ୟାଚ୍ ଆଇଏଏସ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଗଜପତି ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେ ବର୍ତ୍ତମାନ ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶକ ଅଛନ୍ତି। ସ୍ମୃତିରଞ୍ଜନ ପ୍ରଧାନ ଆଇଏଏସ ଲିଙ୍ଗରାଜ ପଣ୍ଡାଙ୍କ ସ୍ଥାନ ନେବେ । ୨୦୧୫ ବ୍ୟାଚ୍ ଆଇଏଏସ୍ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଜିଲ୍ଲାପାଳ ପଦରୁ ଅପସାରଣ କରାଯାଇ ମହିଳା ଓ ଶିଶୁ ବିକାଶ ବିଭାଗରେ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଗତ ଦୁଇ ସପ୍ତାହ ପୂର୍ବରୁ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ ବଦଳି ଯୋଗୁ ଏହି ପଦବୀ ଖାଲି ପଡ଼ିଥିଲା । ଆଜି ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।