ପୁରୀ – ଜନ୍ମବେଦୀରେ ମହାପ୍ରଭୁ । ଆଡପ ବିଜେ ପରେ ଏବେ ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବ । ଆଜି ମଧ୍ୟ ବାହାରିବ ଆଡ଼ପ ଅବଢା । ସେପଟେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ଦ୍ବିତୀୟ ଭୋଗ ମଣ୍ଡପ ପରେ ଏହି ଗୁପ୍ତ ନୀତି କରାଯିବ ।
ଆଡ଼ପ ମଣ୍ଡପ ଦର୍ଶନ ପାଇଁ ଅଧିକ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । ଦର୍ଶନ ଓ ମହାପ୍ରସାଦ ପାଇବା ନେଇ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଗତକାଲି ଶ୍ରୀବିଗ୍ରହ ମାନଙ୍କ ଗୋଟି ପହଣ୍ଡିରେ ଆଡପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହୋଇଯାଇଥିଲା । ରଥ ଉପରେ ଦୈନଦିନ ନୀତି ଶେଷ ପରେ ଚାରମାଳ ବନ୍ଧା ଯାଇ ଦଇତାପତି ଓ ଅନ୍ୟ ସେବକଙ୍କ ଦ୍ବାରା ଜନ୍ମବେଦୀକୁ ବିଜେ ନୀତି କରାଯାଇଥିଲା ।