ଜଟିଳ ରୋଗରେ ପୀଡିତ ବାଲେଶ୍ୱରର ତିନି ରୋଗୀଙ୍କ ଚିକିତ୍ସା ପାଇଁ ୩୦ ଲକ୍ଷ ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ | News Room Odisha

ଜଟିଳ ରୋଗରେ ପୀଡିତ ବାଲେଶ୍ୱରର ତିନି ରୋଗୀଙ୍କ ଚିକିତ୍ସା ପାଇଁ ୩୦ ଲକ୍ଷ ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ବାଲେଶ୍ୱର ଜିଲ୍ଲା ଖନ୍ତାପଡାର କିରଣ କୁମାର ମଲ୍ଲିକ ଓ ସୁରଜ କୁମାର ମଲ୍ଲିକ ଏବଂ ସିମୁଳିଆର ଦିବ୍ୟାଂଶୁ ଦୀକ୍ଷିତ ଏକ ଜଟିଳ ମାଂସପେଶୀ ରୋଗ -ଡସନି ମସ୍କ୍ୟୁଲାର ଡିସଟ୍ରଫିରେ ପୀଡିତ ଅଛନ୍ତି । ସେମାନଙ୍କ ଉତ୍ତମ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ତିନି ଜଣ ରୋଗୀଙ୍କୁ ଏକକାଳୀନ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମଂଜୁର କରାଯାଇଛି । ସୂଚନାଯୋଗ୍ୟ ଡିଏମଡି ରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ।