ବିଦ୍ୟୁତ ସଂସ୍ପର୍ଶରେ ଆସି ଶାଶୁ ବୋହୂ ମୃତ | News Room Odisha

ବିଦ୍ୟୁତ ସଂସ୍ପର୍ଶରେ ଆସି ଶାଶୁ ବୋହୂ ମୃତ

ସମ୍ବଲପୁର: ବିଦ୍ୟୁତ ସଂସ୍ପର୍ଶରେ ଆସି ଶାଶୁ ବୋହୂ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ମାନେଶ୍ଵର ବ୍ଲକ ଯୁଯୁମୁରା ଥାନା ଲିପିଣ୍ଡା ପଞ୍ଚାୟତ ଅନ୍ତର୍ଗତ ତାବତଇଲା ଗାଁ ରେ। ଗତକାଲି ଗାଁର ମିର୍ଦ୍ଧା ପରିବାରର ବାଡି ପଟରେ ଥିବା ଟୁଲୁ ପମ୍ପଟି ବର୍ଷାରେ ସଟସର୍କିଟ ଯୋଗୁଁ କରେଣ୍ଟ ପ୍ରବାହିତ ହେଉଥିଲା।

ଆଜି ସକାଳୁ ଶାଶୁ ସତ୍ୟ ମିର୍ଦ୍ଧା(୫୪) ଓ ବୋହୂ ପଦ୍ମିନୀ ମିର୍ଦ୍ଧା(୨୪) ଗାଧୋଇବାକୁ ଯାଇ ଉକ୍ତ ପମ୍ପରେ ଲାଗିଥିବା କରେଣ୍ଟ ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ମୃତ୍ଯୁବରଣ କରିଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ପୁଲିସ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଛି l