ଆପ୍ ଜରିଆରେ ଭକ୍ତଙ୍କୁ ଠକେଇ ଅଭିଯୋଗ, ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ସିଂହଦ୍ଵାର ଥାନା | News Room Odisha

ଆପ୍ ଜରିଆରେ ଭକ୍ତଙ୍କୁ ଠକେଇ ଅଭିଯୋଗ, ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ସିଂହଦ୍ଵାର ଥାନା

ପୁରୀ – ଏକ ମୋବାଇଲ ଆପ୍ ଜରିଆରେ ଭକ୍ତଙ୍କୁ ଠକେଇ ଅଭିଯୋଗ ଆସିଛି । ଏହି ଅଭିଯୋଗର ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ସିଂହଦ୍ଵାର ଥାନା । ଅଭିଯୋଗର ସତ୍ୟତା ଯାଞ୍ଚ କରି ରିପୋର୍ଟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

‘ଉତ୍ସବ’ ନାମକ ପ୍ଲାଟଫର୍ମ ମୋବାଇଲ୍ ଆପ୍ ଜରିଆରେ ମହାପ୍ରଭୁଙ୍କ ପାଖରେ ଅନଲାଇନ୍ ପୂଜା କରିବା ପାଇଁ ମାସିକିଆ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଛି । ‘ଉତ୍ସବ’ ନାମକ ଏକ ଅନଲାଇନ୍ ପ୍ଲାଟଫର୍ମ। ରଥଯାତ୍ରା ସମୟରେ ରଥରେ ଭୋଗ ଲଗାଇବା ପାଇଁ ଭକ୍ତଙ୍କଠାରୁ ଏହି ସଂସ୍ଥା ୪୫୦୦ ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଛି। ଏମିତିକି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା କରିବା ପାଇଁ ମଧ୍ୟ ଏ‌ହି ସଂସ୍ଥା ଭକ୍ତଙ୍କ ଠାରୁ ଅର୍ଥ ଆଦାୟ କରୁଥିବା କୁହାଯାଉଛି।