ଗ୍ୟାରେଜ ମାଲିକଙ୍କ ଉପରେ ଲଙ୍କାଗୁଣ୍ଡ ପକାଇ ଆକ୍ରମଣ କରି ୨ ଲକ୍ଷ ଟଙ୍କା ଲୁଟ୍ | News Room Odisha

ଗ୍ୟାରେଜ ମାଲିକଙ୍କ ଉପରେ ଲଙ୍କାଗୁଣ୍ଡ ପକାଇ ଆକ୍ରମଣ କରି ୨ ଲକ୍ଷ ଟଙ୍କା ଲୁଟ୍

ବ୍ରହ୍ମପୁର – ଗ୍ୟାରେଜ ମାଲିକଙ୍କୁ ଆକ୍ରମଣ କରି ଟଙ୍କା ଲୁଟ୍ । ବ୍ରହ୍ମପୁର ଉପକଣ୍ଠ ହଳଦିଆପଦରରେ ଆଜି ଏହି ଘଟଣା ଘଟିଛି। କନିଷି ହାଟର ଗ୍ୟାରେଜ ମାଲିକ କୁନା ଚନ୍ଦ୍ର ଖଟୁଆ ବ୍ରହ୍ମପୁରରୁ ଟଙ୍କା ଧରି ଫେରୁଥିବା ବେଳେ ଗୋଳନ୍ଥରା ଥାନା ହଳଦିଆପଦର ଇସ୍କନ ମନ୍ଦିର ଆଗରେ ବାଇକରେ ଆସି ତିନି ଜଣ ଯୁବକ ଖଟୁଆଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଆକ୍ରମଣ କରିବା ସହ ଦୁଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଖଟୁଆ ଆକ୍ରମଣରେ ଆହତ ହୋଇଛନ୍ତି। ଗୋଳନ୍ଥରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।