ଜେଲ୍ ଗଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ | News Room Odisha

ଜେଲ୍ ଗଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ

ସୁନ୍ଦରଗଡ଼ – ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଜୁଲାଇ ୭ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆଜି ତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଜାମିନ ନାମଞ୍ଜୁର କରିବା ପରେ ରାଉତଙ୍କୁ ଜୁଲାଇ ୭ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଆଜି ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଗତକାଲି ରାଉତଙ୍କ ୯ଟି ଠିକଣାରେ ଏକକାଳୀନ ଚଢ଼ାଉ କରି ଭିଜିଲାନ୍ସ କୋଟି କୋଟି ଟଙ୍କାର କଳାଧନ ଠାବ କରିଥିଲା । ଚଢ଼ାଉ ବେଳେ କେବଳ ୩ କୋଟିରୁ ଅଧିକ ନଗଦ ହିଁ ପାଇଥିଲା ଭିଜିଲାନ୍ସ। ତାଙ୍କର ୫ କୋଟି ଟଙ୍କାରୁ ଅଧିକ ଆୟ ବହିର୍ଭୂତ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ।