ଭୁବନେଶ୍ୱର ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ | News Room Odisha

ଭୁବନେଶ୍ୱର ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ

ଭୁବନେଶ୍ୱର – ବିଜେଡିର ଭୁବନେଶ୍ୱର ଜିଲ୍ଲା କମିଟି ପୁନର୍ଗଠିତ କରାଯାଇଛି। ସୁଶାନ୍ତ ରାଉତଙ୍କୁ ଭୁବନେଶ୍ୱର ଜିଲ୍ଲା ସଭାପତି ନିଯୁକ୍ତ କରାଯାଇଛି। ଏକାମ୍ର ବିଧାନସଭା କ୍ଷେତ୍ର ପାଇଁ ୮ ଜଣ ଉପଦେଷ୍ଟା, ୭ ଉପସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। କମିଟିରେ ୬ଜଣ ସାଧାରଣ ସମ୍ପାଦକ ଓ ୨୪ଜଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି।

ମଧ୍ୟ ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ପାଇଁ ୯ ଉପଦେଷ୍ଟା ନିଯୁକ୍ତ ହୋଇଛନ୍ତି। ୧୦ ଜଣ ଉପସଭାପତି, ୧୨ ସାଧାରଣ ସମ୍ପାଦକ, ୨୩ ସମ୍ପାଦକ ନିଯୁକ୍ତ ହୋଇଛନ୍ତି।

ଉତ୍ତର ଭୁବନେଶ୍ୱର ବିଧାନସଭା କ୍ଷେତ୍ର ପାଇଁ ୧୦ ଉପଦେଷ୍ଟା, ୧୦ ଉପସଭାପତି, ୯ ସାଧାରଣ ସମ୍ପାଦକ, ୨୫ ସମ୍ପାଦକ ନିଯୁକ୍ତ ହୋଇଥିବା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।