ଜାତୀୟ ସିନିୟର ପୁରୁଷ ହକି ପ୍ରଶିକ୍ଷଣ ଶିବିର ପାଇଁ ଓଡ଼ିଶାର ଚାରି ଖେଳାଳି ମନୋନୀତ | News Room Odisha

ଜାତୀୟ ସିନିୟର ପୁରୁଷ ହକି ପ୍ରଶିକ୍ଷଣ ଶିବିର ପାଇଁ ଓଡ଼ିଶାର ଚାରି ଖେଳାଳି ମନୋନୀତ

ନୂଆଦିଲ୍ଲୀ – ବେଙ୍ଗାଳୁରୁରେ ଜାତୀୟ ସିନିୟର ପୁରୁଷ ପ୍ରଶିକ୍ଷଣ ଶିବିର ପାଇଁ ହକି ଇଣ୍ଡିଆ ପକ୍ଷରୁ ୩୯ ସଦସ୍ୟ ବିଶିଷ୍ଟ କୋର୍ ସମ୍ଭାବ୍ୟ ଖେଳାଳିଙ୍କ ଗ୍ରୁପ ଘୋଷଣା କରାଯାଇଛି । ବେଙ୍ଗାଳୁରୁର ସାଇ ସେଣ୍ଟରରେ ଏହି ପ୍ରଶିକ୍ଷଣ ଶିବିର ଜୁନ ୨୬ରୁ ଆରମ୍ଭ ହୋଇ ଜୁଲାଇ ୧୯ ତାରିଖ ଯାଏଁ ଚାଲିବ । ପ୍ରଶିକ୍ଷଣ ଶିବିର ପାଇଁ ଘୋଷିତ କୋର୍ ସମ୍ଭାବ୍ୟ ଖେଳାଳିଙ୍କ ଗ୍ରୁପରେ ଓଡ଼ିଶାର ୪ ଜଣ ହକି ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅମିତ ରୋହିଦାସ ( ଡିଫେଣ୍ଡର ), ନିଲମ ସଞ୍ଜୀପ ସେସ୍, (ଡିଫେଣ୍ଡର) , ଦୀପସାନ ତିର୍କୀ (ଡିଫେଣ୍ଡର) ଓ ଶିଲାନନ୍ଦ ଲାକ୍ରା ( ଫରୱର୍ଡ ) । ଭାରତ ଆସନ୍ତା ଦୁଇ ତିନି ମାସରେ ତିନିଟି ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟରେ ଭାଗ ନେବ । ସେ ଦୃଷ୍ଟିରୁ ବେଙ୍ଗାଳୁରୁ ପ୍ରଶିକ୍ଷଣ ଶିବିର ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।