ଆଉ ଏକ ସଡକ ଦୁର୍ଘଟଣା: ପଟାଙ୍ଗୀ ନିକଟରେ କାର୍ -ଟ୍ୟାଙ୍କର ମୁହାଁମୁହିଁ, ଗୋଟିଏ ପରିବାରର ୩ ମୃତ | News Room Odisha

ଆଉ ଏକ ସଡକ ଦୁର୍ଘଟଣା: ପଟାଙ୍ଗୀ ନିକଟରେ କାର୍ -ଟ୍ୟାଙ୍କର ମୁହାଁମୁହିଁ, ଗୋଟିଏ ପରିବାରର ୩ ମୃତ

କୋରାପୁଟ – ଆଜି ରାଜ୍ୟରେ ଆଉ ଏକ ସଡକ ଦୁର୍ଘଟଣା । କୋରାପୁଟ ଜିଲ୍ଲା ପଟାଙ୍ଗୀ ନିକଟରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏକ କାର୍ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକମାନଙ୍କର ପରିଚୟ ମିଳିପାରିନାହିଁ ।

ଆଜି ସକାଳେ ଜୟପୁରରୁ ଏକ କାରରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ (ବାପା,ମା ଓ ଛୁଆ) ବିଶାଖାପାଟଣା ଅ ଯାଉଥିଲେ। ଏକ ଟ୍ୟାଙ୍କର ବିଶାଖାପାଟଣାରୁ ଦାମନଯୋଡ଼ି ଯାଉଥିବା ବେଳେ ଜାତୀୟ ରାଜପଥ-୨୬ର ପୁଙ୍ଗାର ଗାଁ ନିକଟରେ ଦୁଇଟି ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ କାରରେ ଥିବା ତିନିଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ପଟାଙ୍ଗୀ ଥାନା ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।