ପୁଣି ବଢିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି | News Room Odisha

ପୁଣି ବଢିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି

ଭୁବନେଶ୍ୱର – ଯୁକ୍ତ ଦୁଇରେ ନାମଲେଖା ଆବେଦନ ସମୟସୀମା ପୁଣି ବୃଦ୍ଧି କରାଯାଇଛି। ତୃତୀୟ ଥର ପାଇଁ ନାମଲେଖା ଆବେଦନ ଅବଧି ବୃଦ୍ଧି କରାଯାଇଛି। ଆସନ୍ତା ୩୦ ତାରିଖ ତାରିଖ ଯାଏ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ ୬ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ । ଜୁଲାଇ ୭ରୁ ୧୩ ତାରିଖ ମଧ୍ୟରେ ନାମଲେଖା ହେବ । ଜୁଲାଇ ୧୯ରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବା ସହ ୨୦ରୁ ୨୨ ମଧ୍ୟରେ ଆଡମିଶନ ହେବ । ଅଗଷ୍ଟ ପହିଲାରୁ ପାଠପଢା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ।