ଜନ୍ମବେଦୀରେ ଆଜି ମହାପ୍ରଭୁଙ୍କ ସାଂଧ୍ୟ ଦର୍ଶନ, ଅପରାହ୍ନ ୫ଟା ପରେ ଦର୍ଶନ ବନ୍ଦ | News Room Odisha

ଜନ୍ମବେଦୀରେ ଆଜି ମହାପ୍ରଭୁଙ୍କ ସାଂଧ୍ୟ ଦର୍ଶନ, ଅପରାହ୍ନ ୫ଟା ପରେ ଦର୍ଶନ ବନ୍ଦ

ପୁରୀ – ମହାପ୍ରଭୁ ଜଗନ୍ନାଥଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାର ଆଜି ସାନ୍ଧ୍ୟ ଦର୍ଶନ। ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ । ଜନ୍ମବେଦିରେ ଏହା ମହାପ୍ରଭୁଙ୍କ ଶେଷ ଦର୍ଶନ। ଭକ୍ତମାନେ ଆଜି ଅପରାହ୍ନ ୫ଟା ପର୍ଯ୍ୟନ୍ତ ସନ୍ଧ୍ୟା ଦର୍ଶନ କରିପାରିବେ। ୫ଟାରୁ ଦର୍ଶନ ବନ୍ଦ କରି ବାହୁଡ଼ା ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହେବ। କିନ୍ତୁ, ଆଡ଼ପ ଅବଢ଼ା ରାତି ୧୨ ପର୍ଯ୍ୟନ୍ତ ଉପଲବ୍ଧ ହେବ।

ବାହୁଡ଼ା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବା ସହିତ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ସାରି ନାକଚଣା ଦ୍ୱାରଦେଇ ବାହାରିବେ। ଭକ୍ତମାନେ ଆଜି ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସନ୍ଧ୍ୟା ଦର୍ଶନ କରିପାରିବେ। ୫ଟାରୁ ଦର୍ଶନ ବନ୍ଦ କରି ବାହୁଡ଼ା ପହଣ୍ଡି ପ୍ରସ୍ତୁତି ଆରମ୍ଭ ହେବ। କିନ୍ତୁ, ଆଡ଼ପ ଅବଢ଼ା ରାତି ୧୨ ପର୍ଯ୍ୟନ୍ତ ଉପଲବ୍ଧ ହେବ।