ଜୁଲାଇ ୩ ତାରିଖରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା | News Room Odisha

ଜୁଲାଇ ୩ ତାରିଖରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର – ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୩ରୁ ୮ ତାରିଖ ଯାଏଁ ହେବ । ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମୋଟ ୮୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ www.bseodisha.ac.inରୁ ପାଇପାରିବେ। ଏ ବର୍ଷ ୧ ହଜାର ୩୧୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ । ଏହାଛଡା ୮୧୯୫ ଜଣ ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର୍ଥୀ ପୁଣି ପରୀକ୍ଷା ଦେବେ ।