ଜିଏମୟୁରେ ଜାତୀୟ କର୍ମଶାଳା ଉଦଘାଟିତ | News Room Odisha

ଜିଏମୟୁରେ ଜାତୀୟ କର୍ମଶାଳା ଉଦଘାଟିତ

ସମ୍ବଲପୁର: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ (ଜିଏମୟୁ)ର ମ୍ୟାନେଜମେଣ୍ଟ ଓ ବାଣିଜ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଅମୃତବିହାର ସ୍ଥିତ ଅଧ୍ୟାପନା ପ୍ରକୋଷ୍ଠ-୧ ଠାରେ ଶୁକ୍ରବାର ଦିନ ” ଆମୋସ୍ ବ୍ୟବହାର କରି ଗଠନମୂଳକ ସମୀକରଣ ମଡେଲିଂ ” ଶୀର୍ଷକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ଼ଃ ଏନ୍ ନାଗାରାଜୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ସ୍ଥିତ ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟର ପ୍ରଫେସର ଡ଼ଃ ଶୈଲେସ୍ କୌଶଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗବେଷଣାଭିତ୍ତିକ ଡିଜାଇନ୍ ,ପାରାମେଟ୍ରିକ୍ ଟେଷ୍ଟ୍, କେ ଏସ୍ ଟେଷ୍ଟ୍, ଟି ଟେଷ୍ଟ୍ ଓ ଆନୋଭା ବିଷୟରେ ଉପସ୍ଥାପନା କରିଥିଲେ। ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଡ଼ଃ ସୁଶାନ୍ତ କୁମାର ଦାସ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମ୍ୟାନେଜମେଣ୍ଟ ଓ ବାଣିଜ୍ୟ ବିଭାଗକୁ ଉଚ୍ଚ ପ୍ରଶଂସିତ କରିଥିଲା ବେଳେ ଉପକୁଳସଚିବ ଡ଼ଃ ଉମାଚରଣ ପତି ସ୍ବାଗତ ଭାଷଣ ଦେଇଥିଲେ। ପୂର୍ବତନ ବିତ୍ତ ନିୟନ୍ତ୍ରକ ତଥା ବାଣିଜ୍ୟ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ଶ୍ୟାମା ଚରଣ ଆଚାର୍ଯ୍ୟ ଯୋଗଦେଇ କର୍ମଶାଳାର ବିଷୟବସ୍ତୁ ଉପସ୍ଥାପନା କରିଥିଲେ। ମ୍ୟାନେଜମେଣ୍ଟ ବିଭାଗର ଅଧ୍ୟାପିକା ଶିବାନୀ ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡ. ପ୍ରିୟବ୍ରତ ପଣ୍ଡା ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ମ୍ୟାନେଜମେଣ୍ଟ ବିଭାଗର ବିଭାଗୀୟ ମୁଖ୍ୟ ଡ଼ଃ ଶ୍ରୀନିବାସ ଦାସ କର୍ମଶାଳାର ଉଦ୍ଦେଶ୍ୟ ସଂପର୍କରେ ଉପସ୍ଥାପନା କରିଥିଲେ। ଜାତୀୟ କର୍ମଶାଳାରେ ଅତିଥି ମାନଙ୍କ ଦ୍ଵାରା ବାଣିଜ୍ୟ ବିଭାଗ ପକ୍ଷରୁ ” ଖଜଣା ଓ ଅର୍ଥନୀତିର ବିକାଶ ” ପୁସ୍ତକ ଏବଂ ମ୍ୟାନେଜମେଣ୍ଟ ବିଭାଗ ପକ୍ଷରୁ ” ମ୍ୟାନେଜମେଣ୍ଟ ପାରାଡିଜିମ୍ସ ଇନ୍ ଦ ପୋଷ୍ଟ ପାନ୍ଡାମିକ୍ ଏରା ” ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗର ସ୍ନାତକୋତ୍ତର , ଗବେଷକ ଛାତ୍ରଛାତ୍ରୀ ଓ ମ୍ୟାନେଜମେଣ୍ଟ ବିଭାଗର ଏମ୍ ବି ଏ ଓ ଏମ୍ ବି ଏ ଏଫ୍ ଏମ୍ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ଏହା ବ୍ୟତୀତ ଅଧ୍ୟାପିକା ସରୋଜା ମେହେର , ଶ୍ରୁତି ମିଶ୍ର , ଅଧ୍ୟାପକ ଡ଼ଃ ଜ୍ଞାନ ରଞ୍ଜନ ବଳ , ସୁବାଷ ଚନ୍ଦ୍ର ଝାଙ୍କର , ଅମ୍ରିତ୍ ପ୍ରସାଦ ସିଂ, ଶ୍ରୁତି ମିଶ୍ର , ଗୈାରବ ପଣ୍ଡା , ସଦାଶିବ ସାହୁ , ସନ୍ଦିପ୍ ମୂଖାର୍ଜୀ ଓ ଖଗେଶ୍ବର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ମ୍ୟାନେଜମେଣ୍ଟ ବିଭାଗର ଅଧ୍ୟାପିକା ଶୀବାନୀ ଶର୍ମା ଧନ୍ୟବାଦ ଦେଇଥିଲେ।