ଗଜପତି ଜିଲ୍ଲା ଚମ୍ପା ଘାଟିରେ ଭ୍ୟାନ୍ ଓଲଟି ୧୫ ଆହତ | News Room Odisha

ଗଜପତି ଜିଲ୍ଲା ଚମ୍ପା ଘାଟିରେ ଭ୍ୟାନ୍ ଓଲଟି ୧୫ ଆହତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅନ୍ତର୍ଗତ ଚମ୍ପା ଘାଟିରେ ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ୧୫ ଜଣ ଆହତ ହୋଇଛନ୍ତି। ଏମାନେ ସମସ୍ତେ ଶ୍ରମିକ ଶ୍ରେଣୀର ଅଟନ୍ତି। ଏମାନଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ନିକଟ ଡେଙ୍ଗାଉସ୍ତା ଓ ପୁରୁଣାପାଣି ଗ୍ରାମ ଅଟେ। ସମସ୍ତ ଆହତଙ୍କୁ ଆର୍. ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲା। ପରେ ୭ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି।

ଡେଙ୍ଗାଉସ୍ତା ଓ ପୁରୁଣାପାଣି ଅଞ୍ଚଳର ଏହି ଶ୍ରମିକମାନେ ଏକ ଭ୍ୟାନରେ ଆର.ଉଦୟଗିରି ଥାନା ଲୁବୁରୁସିଂ ଗାଁକୁ ଯାଇଥିଲେ। ସେଠାରେ ଜଣେ ବ୍ୟକ୍ତିଙ୍କ ଘର ଛାତ ପକାଇବା ପରେ ସେମାନେ ରାତି ପ୍ରାୟ ୯ଟାରେ ନିଜ ଗାଁକୁ ଫେରୁଥିଲେ। ମାତ୍ର ଭ୍ୟାନଟି ଭାରସାମ୍ୟ ହରାଇ ଚମ୍ପା ଘାଟିରେ ପ୍ରାୟ ୧୫ ଫୁଟ ତଳକୁ ଖସି ପଡ଼ିଥିଲା। ଆର.ଉଦୟଗିରି ଥାନା ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରିବା ସହ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା।