ରୋଷଣୀ ବେଳେ ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍ : ୫ ମୃତ, ୭ ଗୁରୁତର | News Room Odisha

ରୋଷଣୀ ବେଳେ ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍ : ୫ ମୃତ, ୭ ଗୁରୁତର

କେନ୍ଦୁଝର – ଦିଗପହଣ୍ଡି କନ୍ୟାଯାତ୍ରୀ ବସ୍ ଦୁର୍ଘଟଣା ନେଇ ଚର୍ଚ୍ଚା ଥମିନଥିବା ବେଳେ ଆଜି ଆଉ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣ ବରଯାତ୍ରୀ ପ୍ରାଣ ହରାଇଛନ୍ତି। ୨୦ ନମ୍ବର ଜାତୀୟ ରାଜପଥର ଷଠୀଘର ନିକଟରେ ଗତକାଲି ରାତିରେ ଘଟିଛି ଏହି ଦୁର୍ଘଟଣା। ରାତିରେ ରୋଷଣୀ କରି ଯାଉଥିବା ବେଳେ ବରଯାତ୍ରୀଙ୍କ ଉପରେ ଟ୍ରକ ମାଡ଼ିଯାଇଥିଲା । ଟ୍ରକ୍ ଧକ୍କାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି।

ସମସ୍ତ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ରାଜମୁଣ୍ଡା-ପାଣିକୋଇଲି ଜାତୀୟ ରାଜପଥ ଅବରୋଧ କରାଯାଇଛି ।