ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ରିମାଣ୍ଡରେ ନେଲା ଭିଜିଲାନ୍ସ | News Room Odisha

ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ରିମାଣ୍ଡରେ ନେଲା ଭିଜିଲାନ୍ସ

ଭୁବନେଶ୍ୱର – ଭିଜିଲାନ୍ସ ରିମାଣ୍ଡରେ ଗଲେ ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ଭିଜିଲାନ୍ସ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ପ୍ରଶାନ୍ତଙ୍କୁ ଜୋରଦାର ପଚରାଉଚରା କରିବ ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗତକାଲି ପ୍ରଶାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ରାଜ୍ୟ ସରକାର। ତିନି ଦିନ ତଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଶାନ୍ତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଆୟ ଠାରୁ ୫୦୬ ପ୍ରତିଶତ ଅଧିକ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ । ପ୍ରଶାନ୍ତଙ୍କ ଆୟ ବହିର୍ଭୂତ ସଂପତ୍ତିର ମୂଲ୍ୟ ହେଉଛି ୫ କୋଟି ୨୧ ଲକ୍ଷ ୯ ହଜାର ୬୫୯ ଟଙ୍କା।

୨୩ ତାରିଖରେ ଭିଜିଲାନ୍ସ ପ୍ରଶାନ୍ତଙ୍କ ୯ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ କେବଳ ୩ କୋଟି ୨ ଲକ୍ଷ ୩୦ ହଜାର ୮୦୦ଟଙ୍କାର ନଗଦ ଜବତ କରିଥିଲା ଭିଜିଲାନ୍ସ।ଏହା ରାଜ୍ୟ ଭିଜିଲାନ୍ସ ଇତିହାସରେ ଜବତ ନଗଦ ଟଙ୍କା ମଧ୍ୟରେ ଦ୍ୱିତୀୟ ସର୍ବାଧିକ ।