ବାରବଖରା ଜଳପ୍ରପାତରେ ଅଘଟଣ, ଗାଧୋଉଥିବା ବେଳେ ଖସିପଡି ଯୁବକ ମୃତ | News Room Odisha

ବାରବଖରା ଜଳପ୍ରପାତରେ ଅଘଟଣ, ଗାଧୋଉଥିବା ବେଳେ ଖସିପଡି ଯୁବକ ମୃତ

ବରଗଡ଼: ବରଗଡ଼ ଜିଲ୍ଲା ବାରବଖରା ଜଳପ୍ରପାତରେ ଖସି ପଡି ନିଖୋଜ ହୋଇଥିବା ଯୁବକଙ୍କ ମୃତ ଦେହକୁ ସ୍ଥାନୀୟ ପୋଲିସ ଅଗ୍ନିଶମ ବିଭାଗ ସହାୟତାରେ ଉଦ୍ଧାର କରିଛି ।

ଅମ୍ବାଭୋନା ଥାନା ଅନ୍ତର୍ଗତ ବାରପାହାଡ ଘେରା ଅଞ୍ଚଳ ପ୍ରାକୃତିକ ସୌନ୍ଦର୍ଯ୍ଯ ଭରା ଜଳପ୍ରପାତ ଭାବେ ପରିଚିତ । କର୍ଲା ଗ୍ରାମ ନିକଟରେ ଥିବା ବାରବଖରାରେ ବରଗଡ଼ ଗୋବିନ୍ଦପାଲିର ତିନି ଜଣ ଯୁବକ ସେଠାରେ ଯାଇ ଗଧୋଉଥିବା ବେଳେ ହଠାତ ଭାରସାମ୍ଯ ହରାଇ ଟୁନା ବେହେରା ନାମକ ଜଣେ ଯୁବକ ଜଳସ୍ରୋତରେ ଭାସି ତଳକୁ ଖସି ପଡି ନିଖୋଜ ହୋଇଯାଇଥିଲେ । ଏହି ଘଟଣା ସଂପର୍କ ଖବରପାଇ ଅଗ୍ନିଶମ ବିଭାଗ ଓ କରଲା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକକୁ ଖୋଜାଖୋଜି କରିଥିବା ବେଳେ ପ୍ରାୟ ୨୦୦ ମିଟର ତଳେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଏନେଇ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି ।