ପିକଅପ୍ ଧକ୍କାରେ ବାଇକ ଆରୋହୀ ଗୁରୁତର | News Room Odisha

ପିକଅପ୍ ଧକ୍କାରେ ବାଇକ ଆରୋହୀ ଗୁରୁତର

ବରଗଡ଼: ବରଗଡ଼ ବ୍ଳକ ପଥର୍ଲା ଜାତୀୟ ରାଜପଥରେ ଏକ ପିକଅପ୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ବିଜୟ ସାହୁ । ତାଙ୍କୁ ସ୍ଥାନୀୟ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକେ ପ୍ରତିବାଦ କରିବା ସହିତ ରାଜପଥ ଅବରୋଧ କରିଥିଲେ । ଜିଲ୍ଲା ଅତିରିକ୍ତ ଏସପି ତପନ ପଟ୍ଟନାୟକ ଘଟଣା ସ୍ଥଳରେ ପହଂଚିଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ପୋଲିସ ଜବତ କରିବା ସହ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି ।