ଚିକିତ୍ସକ ଦିବସରେ ମହାନ ଡାକ୍ତର ବିଧାନ ଚନ୍ଦ୍ର ରୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି | News Room Odisha

ଚିକିତ୍ସକ ଦିବସରେ ମହାନ ଡାକ୍ତର ବିଧାନ ଚନ୍ଦ୍ର ରୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ହେଉଛି ପ୍ରଖ୍ୟାତ ଚିକିତ୍ସକ ତଥା ପଶ୍ଚିମ ବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ବିଧାନ ଚନ୍ଦ୍ର ରୟଙ୍କ ଜୟନ୍ତୀ। ତାଙ୍କ ଜନ୍ମଦିନକୁ ଭାରତରେ ଚିକିତ୍ସକ ଦିବସ ଭାବେ ବି ପାଳନ କରାଯାଏ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନ ଚନ୍ଦ୍ର ରୟଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଜନସ୍ୱାସ୍ଥ୍ୟର ପ୍ରସାର ଜୀବନ ବଞ୍ଚାଇବା କ୍ଷେତ୍ରରେ ଡାକ୍ତର ଓ ପେଷାଦାର ସ୍ବାସ୍ଥ୍ୟକର୍ମୀଙ୍କ ଅବଦାନକୁ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ।