ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ | News Room Odisha

ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଲୁସାନ ଡାଏମଣ୍ଡ ଲିଗ ଆଥଲେଟିକ ମିଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଜାଭେଲିନ ତାରକା ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୀରଜ ୮୭ ଦଶମିକ ୬୬ ମିଟର ଦୂର ଯାଏଁ ଜାଭେଲିନ ଫିଙ୍ଗିଥିଲେ । ଆଗକୁ ମଧ୍ୟ ନୀରଜ ଚୋପ୍ରା ସଫଳ ପ୍ରଦର୍ଶନ କରି ଦେଶକୁ ଗର୍ବିତ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିବା ସହ ଭବିଷ୍ୟତରେ ଭଲ ପ୍ରଦର୍ଶନ କରିବାକୁ ଶୁଭେଚ୍ଛା ଜଣାଇଛନ୍ତି।