ରାଜ୍ୟରେ କମୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ୨୦୨୧ରୁ ଅଧିକ ହେଉଛି ଟେଷ୍ଟିଂ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ | News Room Odisha

ରାଜ୍ୟରେ କମୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ୨୦୨୧ରୁ ଅଧିକ ହେଉଛି ଟେଷ୍ଟିଂ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର -ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି। ୨୦୨୧ରୁ ଟେଷ୍ଟିଂ ଅଧିକ ହେଉଛି । ଏହି କାରଣରୁ ଡେଙ୍ଗୁ ରୋଗୀ ସଂଖ୍ୟା କମୁଛି। ତେବେ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଡେଙ୍ଗୁର ପ୍ରଭାବ ଅଧିକ ରହୁଥିବାରୁ ଏଥିପ୍ରତି ସଚେତନ ରହିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ଜୁନ ୩୦ ତାରିଖ ସୁଦ୍ଧା ୧୦ ହଜାର ୭୦୦ ଟେଷ୍ଟ ହୋଇଛି। ସେଥିରୁ ମାତ୍ର ୧୭୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଗତବର୍ଷ ତୁଳନାରେ ଏହି ସମୟରେ ୩୦୦ ରୋଗୀ ଚିହ୍ନଟ ହୋଇଥିଲେ । କିନ୍ତୁ ଚଳିତବର୍ଷ ଦୁଇଗୁଣା ଅଧିକ ଟେଷ୍ଟ ହୋଇଥିଲେ ସୁଦ୍ଧା ରୋଗୀ ସଂଖ୍ୟା କମିଛି। ୨୦୨୧ରେ ୪୨,୬୦୦ ଟେଷ୍ଟ ରୁ ୭,୫୦୦ ରୋଗୀ ଚିହ୍ନଟ ହୋଇଥିଲେ। ଏଣେ ୨୦୨୨ରେ ୫୪ ହଜାର ଟେଷ୍ଟରୁ ୭,୦୦୦ ରୋଗୀ ଚିହ୍ନଟ ହୋଇଥିଲେ। ୨୦୨୨ରୁ ୨୦୨୩ ମସିହା ଭିତରେ ମଧ୍ୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମୁଛି। ଦୁଇ ଗୁଣା ଅଧିକ ଟେଷ୍ଟ ହେଉଥିବା ବେଳେ ରୋଗୀ ସଂଖ୍ୟା କମୁଛି। ଖୋର୍ଦ୍ଧା ଜିଲ୍ଲା ଏବଂ ଭୁବନେଶ୍ୱରରେ ରୋଗୀ ସଂଖ୍ୟା ଅଧିକ ରହୁଛି ବୋଲି ସେ ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗ ସହ ବୈଠକ କରିଛନ୍ତି। ଜିଲ୍ଲାପାଳମାନଙ୍କୁ ଏବଂ ମ୍ୟୁନିସିପାଲ କର୍ପୋରେସନର ଅଧିକାରୀମାନଙ୍କୁ ଏସଓପି ମଧ୍ୟ ପଠାଯାଇଛି ।