ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓ କ୍ୟାମ୍ପ ଠାବ, ଗ୍ରେନେଡ ସହ ବିପୁଳ ମାଓ ସାମଗ୍ରୀ ଜବତ | News Room Odisha

ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓ କ୍ୟାମ୍ପ ଠାବ, ଗ୍ରେନେଡ ସହ ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡ଼ା: ଓଡ଼ିଶା – ଛତିଶଗଡ଼ ରାଜ୍ୟ ସୀମାନ୍ତ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଝୋଲାପଡ଼ା ନିକଟରୁ ଏହି ମାଓ କ୍ୟାମ୍ପ ଠାବ ହୋଇଛି । ଘଟଣାସ୍ଥଳରୁ ପୋଲିସ ହାତ ତିଆରି ଗ୍ରେନେଡ ସହ ବିପୁଳ ମାଓ ସାମଗ୍ରୀ ଜବତ କରିଛି । ଏନେଇ ଏସପି ଜିଆର ରାଘବେନ୍ଦ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ଛତିଶଗଡ଼ ସୀମାନ୍ତ ସିନାପାଲି ଥାନା ଅନ୍ତର୍ଗତ ପାଟଦରା ସଂରକ୍ଷିତ ଜଙ୍ଗଲ ଝୋଲାପଡା ଗାଁ ନିକଟରେ ମାଓବାଦୀମାନେ ଲୁଚି ରହିଥିବା ପୁଲିସକୁ ଗୁଇନ୍ଦା ସୂତ୍ରରୁ ଖବର ପାଇଥିଲା । ପାଟଦରା ସଂରକ୍ଷିତ ଜଙ୍ଗଲରେ ମେନପୁର – ନୂଆପଡା ଡିଭିଜନର ସଶସ୍ତ୍ର ମାଓବାଦୀମାନେ ମେଳି ବାନ୍ଧି ଥିଲେ । ସେଠାରେ ମାଓବାଦୀମାନେ ଏକ କ୍ୟାମ୍ପ କରି ବଡ ଧରଣର ଅଘଟଣ ଘଟେଇବା ପାଇଁ ଯୋଜନା କରୁଥିଲେ । ଏସପି ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶ କ୍ରମେ ସିଆରପିଏଫ , ଏସଓଜି ଓ ଡିଭିଏଫ ଯବାନଙ୍କ ମିଳିତ ଭାବେ କୁମ୍ବି ଅପରେସନ କରାଯାଇଥୁଲା । ଅପରେସନ ଖବର ପାଇ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରୁ ପୋଲିସ ହାତ ତିଆରି ଗ୍ରେନେଡ ସହ ବିପୁଳ ମାଓ ସାମଗ୍ରୀ ଜବତ କରିଛି । ଏବେବି ସମ୍ପୃକୁ ଅଞ୍ଚଳରେ ପୋଲିସ ପକ୍ଷରୁ କୁମ୍ବି ଅପରେସନକୁ ଜୋରଦାର କରାଯାଇଥୁବା ନୂଆପଡା ଏସପି ସୂଚନାଦେଇଛନ୍ତି ।