ନୂଆ ସଂସଦ ଭବନରେ ଆସନ୍ତା ୨୦ରୁ ମୌସୁମୀ ଅଧିବେଶନ | News Room Odisha

ନୂଆ ସଂସଦ ଭବନରେ ଆସନ୍ତା ୨୦ରୁ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ – ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ନୂଆ ସଂସଦ ଭବନରେ ଏହା ହେବ ପ୍ରଥମ ଅଧିବେଶନ । ଅଗଷ୍ଟ ୧୧ ତାରିଖ ଯାଏ ଚାଲିବ ମୌସୁମୀ ଅଧିବେଶନ। ଅଧିବେଶନରେ ୨୩ଟି କାର୍ଯ୍ୟ ଦିବସ ରହିଛି । ମେ’ ୨୮ ତାରିଖରେ ନୂଆ ସଂସଦ ଭବନ ଉଦଘାଟିତ ହୋଇଥିଲା ।

ଏଥର ବି ସରଗରମ ରହିବ ସଂସଦ । ଅଧ୍ୟାଦେଶ ପ୍ରସଙ୍ଗରେ ଆମ ଆଦମୀ ପାର୍ଟି ସରକାରଙ୍କ ଘେରିବ । ଅନ୍ୟ ବିରୋଧୀ ଦଳ ମଧ୍ୟ ଆମ ଆଦମୀ ପାର୍ଟିକୁ ସହଯୋଗ କରିପାରନ୍ତି ।

ଏଥର ସଂସଦରେ ୟୁସିସି ବିଲ୍ ଉପସ୍ଥାପନ ହୋଇପାରେ । ଅନ୍ୟାନ୍ୟ ବିଲ୍ ହୋଇପାରେ ପାରିତ । ସମାନ ନାଗରିକ ସଂହିତା – ୟୁସିସି ବିଲ୍‌ ଉପରେ ହଟ୍ଟଗୋଳ ହେବାର ସମ୍ଭାବନା ଅଛି ।