ତିସ୍ତା ସିତଲଓ୍ବାଡଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ | News Room Odisha

ତିସ୍ତା ସିତଲଓ୍ବାଡଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ପ୍ରମାଣ ଜାଲିଆତି ମାମଲାରେ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ମାନବାଧିକାର କର୍ମୀ ତଥା ଓକିଲ ତିସ୍ତା ସିତଲଓ୍ବାଡ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।

ଗୁଜରାଟ ହାଇକୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ କରିବା ପରେ ତିସ୍ତା ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ।

ଶନିବାର ରାତି ୯:୧୫ରେ ତିନିଜଣିଆ ଖଣ୍ଡପୀଠ ତିସ୍ତା ସିତଲଓ୍ବାଡ ମାମଲାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ଦୁଇ ଜଣିଆ ଖଣ୍ଡପୀଠଙ୍କ ସହମତି ଅଭାବରୁ ଏହି ମାମଲା ବଡ଼ ବେଞ୍ଚକୁ ପଠାଯାଇଥିଲା ।

ଜଷ୍ଟିସ ବି.ଆର ଗଭାଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ତିସ୍ତାଙ୍କ ଏହି ମାମଲାର ଶୁଣାଣି କରିଥିଲେ। ତାଙ୍କ ବ୍ୟତୀତ ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ଦୀପକାନ ଦତ୍ତ ମଧ୍ୟ ଏହି ଖଣ୍ଡପୀଠର ଅଂଶବିଶେଷ ଥିଲେ।

ଶନିବାର ଗୁଜରାଟ ହାଇକୋର୍ଟ ତିସ୍ତା ସିତଲଓ୍ବାଡଙ୍କ ଜାମିନ ଆବେଦନ ଖାରଜ କରି ତୁରନ୍ତ ଆତ୍ମସମର୍ପଣ କରିବାକୁ କହିଥିଲେ ।ଏହା ପରେ ତିସ୍ତା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟ ଛୁଟିଦିନ ସତ୍ତ୍ୱେ ଶନିବାର ଏହି ମାମଲାର ଶୁଣାଣି ହୋଇଥିଲା।